ଆଧ୍ୟାତ୍ମାକ ଗୁଣାବଳୀ (#15498)

ହେ ମୋର ଈଶ୍ୱର ! ମୋ ଅନ୍ତଃକରଣରେ ଏକ ନିର୍ମଳ ହୃଦୟ ସୃଷ୍ଟି କର । ହେ ମୋର ଭରସା ! ମୋ ଅଭ୍ୟନ୍ତରରେ ଏକ ନିଶୂଳ ପ୍ରଶାନ୍ତ ବିବେକ ପୁନରୁଜ୍ଜୀବିତ କର । ହେ ମୋର ପରମପ୍ରିୟ ! ଶକ୍ତି ପ୍ରେରଣା ଦ୍ୱାରା ତୁମ୍ଭେ ମୋତେ ତୁମ୍ଭ ଧର୍ମରେ ଦୃଢ଼ୀଭୂତ କର । ହେ ମୋର ଆକାଙ୍କ୍ଷାର ପରମ ଲକ୍ଷ୍ୟ ! ତୁମରି ମହିମାଲୋକ ଦ୍ୱାରା ମୋତେ ତୁମରି ମାର୍ଗ ଦେଖାଅ । ହେ ମୋର ଆତ୍ମସାର ଉ ! ତୁମରି ଅଲୌକିକ ଶକ୍ତିରେ ମୋତେ ତୁମ୍ଭ ପବିତ୍ର ସ୍ୱର୍ଗ-ଲୋକକୁ ତୋଳିନିଅ । ହେ ମୋର ଈଶ୍ୱର ! ତୁମରି ଅନ୍ତହୀନତାର ମଳୟ ସ୍ପର୍ଶରେ ମୋତେ ଆହ୍ଲାଦିତ କର । ହେ ମୋର ସଖା ! ତୁମରି ଚିରନ୍ତନ ସ୍ୱରମାଧୁରୀ ମୋତେ ପ୍ରଶାନ୍ତି ପ୍ରଦାନ କରୁ । ହେ ମୋର ପ୍ରଭୁ ! ତୁମରି ମୁଖମଳର ଐଶ୍ୱର୍ଯ୍ୟ ମୋତେ ତୁମରି ବ୍ୟତୀତ ସମସ୍ତ ବନ୍ଧନରୁ ମୁକ୍ତ କରୁ । ଗୋଚର ଓ ଅଗୋଚର ସମସ୍ତ ସାର ଶ୍ରେଷ୍ଠ ହେ ପ୍ରଭୁ ! ତୁମରି ନିଷ୍କଳଙ୍କ ସା ପରିପ୍ରକାଶର ସମାଚାର ମୋତେ ଉଲ୍ଲସିତ କରୁ ।

-Bahá'u'lláh
-----------------------

ଆଧ୍ୟାତ୍ମାକ ଗୁଣାବଳୀ (#15499)

ହେ ମୋର ପ୍ରଭୁ ! ତୁମର ସୌନ୍ଦର୍ଯ୍ୟ ମୋର ଖାଦ୍ୟ ହେଉ । ତୁମର ଉପସ୍ଥିତି ମୋର ପାନୀୟ ହେଉ । ତୁମର ଆନନ୍ଦ ମୋର ଆଶା, ତୁମର ପ୍ରଶଂସା ମୋର କର୍ମ, ତୁମର ସ୍ମରଣ ମୋର ସାଥୀ, ତୁମ ସାର୍ବଭୌମତ୍ୱର କ୍ଷମତା ମୋର ସହାୟ, ତୁମର ନିବାସ ମୋର ଗୃହ ହେଉ ଏବଂ ପରଦା ସଦୃଶ ପ୍ରତିବନ୍ଧକ ହେଉଥିବା ତୁମଠାରୁ ଯେଉଁମାନେ ଦୂରେଇ ଯାଇଛନ୍ତି, ସେମାନଙ୍କ ଉପରେ ଥିବା ସସୀମତା ଠାରୁ ତୁମେ ଶୁଦ୍ଧ ରଖିଥିବା ଆସ୍ଥାନଟି ମୋର ବାସସ୍ଥାନ ହେଉ ।   
ତୁମେ ହେଉଛ ବାସ୍ତବିକ୍, ସର୍ବଶକ୍ତିମାନ୍, ସର୍ବଗୌରବମୟ, ପରମ କ୍ଷମତାବାନ୍ ।

-Bahá'u'lláh
-----------------------

ଆଧ୍ୟାତ୍ମାକ ଗୁଣାବଳୀ (#15500)

ହେ ମୋର ଭଗବାନ, ଅନୁଗ୍ରହ ଓ କରୁଣାର ଭଗବାନ ! ତୁମେ ହେଉଛ ସେହି ଦିବ୍ୟ ଅଧୀଶ୍ୱର, ସ୍ୱୟଂ ଯାହାଙ୍କ ର୍ନିେଶିତ ଶବ୍ଦରେ ସମଗ୍ର ସୃଷ୍ଟି ଅସ୍ତିତ୍ୱରେ ପରିଣତ ହେଲା ଏବଂ ତୁମେ ହେଉଛ ସର୍ବ- ଅନୁଗ୍ରହର୍ପୂ, ପରମ ପୁରୁଷ, ସ୍ୱୟଂ ଯାହାଙ୍କ ସେବକମାନଙ୍କର   କାର୍ଯ୍ୟାବଳୀରେ ତାଙ୍କର କରୁଣା ପ୍ରଦାନ କରିଥିବାରୁ ତାଙ୍କୁ ବାଧା ସୃଷ୍ଟି କରିନାହାଁନ୍ତି କି ତାଙ୍କ ଅନୁଗ୍ରହର ପ୍ରକାଶସମୂହକୁ ସେମାନେ ବିଫଳ କରିନାହାନ୍ତି । 

ଏହି ସେବକକୁ ଯାତନା ଦିଅ, କାରଣ ତୁମର ଜଗତଗୁଡ଼ିକ ମଧ୍ୟରୁ ପ୍ରତିଟି ଜଗତରେ ତାହାର ମୋକ୍ଷ ନିମନ୍ତେ ଯାହା କାରଣ ହେବ ତାହା ଲାଭ କରିବାକୁ ମୁଁ ତୁମକୁ ସନିର୍ବନ୍ଧ ଅନୁରୋଧ କରୁଅଛି । ତୁମେ ହେଉଛ ବାସ୍ତବିକ, ସର୍ବଶକ୍ତିମାନ୍, ପରମ କ୍ଷମତାବାନ୍, ସର୍ବଜ୍ଞାତା, ସର୍ବ-ବିଜ୍ଞ ।

-Bahá'u'lláh
-----------------------

ଆଧ୍ୟାତ୍ମାକ ଗୁଣାବଳୀ (#15501)

ହେ ମୋର ଭଗବାନ୍ ! ତୁମର ସମୀପର୍ବୀ ହେବାକୁ ଏବଂ ତୁମ ଦରବାରର ପରିବେଷ୍ଟନ ମଧ୍ୟରେ ଆବଦ୍ଧ ରହିବାକୁ ମୋତେ ଯବଣା ଦିଅ, କାରଣ ତୁମଠାରୁ ଦୂରର୍ବୀ ହୋଇ ରହିବା ମୋତେ ର୍ପୂମାତ୍ରାରେ ନିଃଶେଷ କରିଦେଉଛି । ତୁମ ଅନୁଗ୍ରହ ଡେଣାର ପ୍ରଚ୍ଛାୟା ତଳେ ବିଶ୍ରାମ ନେବାକୁ ମୋର କାରଣ ହୁଅ; କାରଣ ତୁମଠାରୁ ମୋ ବିଚ୍ଛେଦର ବହ୍ନି-ଶିଖା ମୋ ଅନ୍ତରରେ ମୋ     ହୃଦୟକୁ ତରଳାଇ ଦେଇଛି । ବାସ୍ତବ ଜୀବନର ସରୀତା ସମୀପକୁ ମୋତେ ଆକର୍ଷିତ କର, କାରଣ ମୋର ଆତ୍ମା ତୁମକୁ ଅବିରାମ ଖୋଜିବାରେ ତୁର୍ଷା ହୋଇ ଦଗ୍ଧିଭୂତ ହୋଇଗଲାଣି । ହେ ମୋର ଭଗବାନ୍ ! ମୋର ଦୀର୍ଘନିଃଶ୍ୱାସ ହିଁ ମୋ ଦୁଃସହ ଯାତନାର ଆତିଶଯ୍ୟକୁ ଘୋଷଣା କରୁଛି ଏବଂ ମୋର ଏହି ଲୋତକଧାର ତୁମ ନିମି ମୋର ପ୍ରେମକୁ ସାକ୍ଷ୍ୟ ପ୍ରମାଣ ଦେଉଛି । 


ତୁମ ଦିନଗୁଡ଼ିକରେ ଯେଉଁମାନେ ତୁମକୁ ଚିହ୍ନିଛନ୍ତି ଏବଂ ତୁମ ସାର୍ବଭୌମତ୍ୱକୁ ସ୍ୱୀକାର କରିଛନ୍ତି, ସେମାନଙ୍କ ମଧ୍ୟରେ ଆମ୍ଭେମାନେ ଗଣନୀୟ ହେବାକୁ ତୁମେ ଅନୁମତି ଦେବାପାଇଁ ପ୍ରଶଂସାର ଦ୍ୱାହି ଦେଇ ମୁଁ ତୁମକୁ ମିନତି କରୁଛି; ଯେଉଁ ପ୍ରଶଂସା ମାଧ୍ୟମରେ ନିଜକୁ ତୁମେ ପ୍ରଶଂସିତ କରିଥାଅ ଏବଂ ଯେଉଁ ଗୌରବ ମାଧ୍ୟମରେ ତୁମେ ନିଜର ପରମ ସାରସାକୁ ଗୌରବାନ୍ୱିତ କରିଥାଅ । ହେ ମୋର ପରମେଶ୍ୱର ! ତୁମ ପ୍ରେମମୟ- ଦୟାର ଜୀବିତ ଜଳକୁ କରୁଣାର ଅଙ୍ଗୁଷ୍ଠିରୁ ଆକଣ୍ଠ ପାନ କରିବାକୁ ଆମ୍ଭମାନଙ୍କୁ ସାହାଯ୍ୟ କର, ଯାହା ଫଳରେ ତୁମ ବ୍ୟତୀତ ସବୁକିଛିକୁ ଆମେ ସଂର୍ପୂ ଭୁଲିଯିବୁ ଏବଂ ତୁମର ସ୍ୱୟଂସା ସହିତ କେବଳ ନିମଜ୍ଜିତ ହୋଇ ରହିବୁ । ତୁମେ ଯାହା ଇଚ୍ଛାକର ତାହା ସମ୍ପନ୍ନ କରିବାକୁ ତୁମେ ହିଁ ପରମ କ୍ଷମତାବାନ୍, ସର୍ବଶକ୍ତିମାନ୍, ସଙ୍କଟରେ ପରମ ସହାୟ, ପରମ ସ୍ୱୟଂ-ଭୁ, ତୁମ ବ୍ୟତୀତ ଆଉ କେହି ଈଶ୍ୱର ନାହାନ୍ତି ।  

ତୁମର ନାମ ମହିମାନ୍ୱିତ ହେଉ, ହେ ସ୍ୱୟଂ ତୁମେ ଯେ ହେଉଛ
ରାଜାଧିରାଜ !

-Bahá'u'lláh
-----------------------

ଆଧ୍ୟାତ୍ମାକ ଗୁଣାବଳୀ (#15502)

ହେ ମୋର ପରମେଶ୍ୱର ! ତୁମର ଅନନ୍ତ କାଳର ମଧୁର- ସୁବାସିତ ଝରଣାରୁ ମୋତେ ପିଇବାକୁ ଦିଅ । ହେ ମୋର ପରମ  ଆଶା ! ତୁମ ଅସ୍ତିତ୍ୱ ବୃକ୍ଷର ଫଳରାଜିକୁ ଆସ୍ୱାଦନ ପାଇଁ ମୋତେ ସମର୍ଥ କର । ହେ ମୋର ପରମ ଗୌରବ ! ତୁମ ପ୍ରେମର ସ୍ପଟିକ ସ୍ୱଚ୍ଛ ଝରଣାରୁ ଆକଣ୍ଠ ପାନ କରିବାକୁ ମୋତେ ଯାତନା ଦିଅ । ହେ ମୋର ଦିବ୍ୟ ଆଲୋକ ! ତୁମର ଚିରସ୍ଥାୟୀ ଅନୁଗ୍ରହର ପ୍ରଚ୍ଛାୟା ତଳେ ମୋତେ ଆବଦ୍ଧ କରି ରଖ । ହେ ମୋର ପରମ ପ୍ରିୟତମ ! ତୁମର ଦିବ୍ୟ ଉପସ୍ଥିତି ସ୧ୁଖରେ ତୁମର ସମୀପର୍ବୀ ତୃଣୋଦ୍ୟାନ ମଧ୍ୟରେ ଭ୍ରମଣ କରିବାକୁ ମୋତେ ସମର୍ଥ କରାଅ । ହେ ମୋର ପରମ ଆକାଙ୍କ୍ଷା ! ତୁମର ଅନୁକମ୍ପା ସିଂହାସନର ଦକ୍ଷିଣ ହସ୍ତରେ ମୋତେ ବସିବାକୁ ଦିଅ । ହେ ମୋର ପରମ ଲକ୍ଷ୍ୟ ! ତୁମ ଆନନ୍ଦର ସୁବାସିତ ମଳୟରୁ ଗୋଟିଏ ପ୍ରଶ୍ୱାସ ମୋ ଉପରେ ପ୍ରବାହିତ ହେବାପାଇଁ ଅନୁମତି ଦିଅ । ହେ ମୋର ଆରାଧ୍ୟ ଦେବତା ! ତୁମର ବାସ୍ତବତା     ଅମରାବତୀର ଚରମ ସୀମାରେ ପ୍ରବେଶ ଲାଭ କରିବା ପାଇଁ ମୋତେ ଅନୁମତି ଦିଅ । ହେ ମହାଦୀପ୍ତିମାନ୍ ପରମପୁରୁଷ ! ତୁମ ଅଦ୍ୱିତୀୟତ୍ୱ ଦିବ୍ୟ କପୋତଙ୍କ ମଧୁରରାଗିଣୀ ଶୁଣିବାକୁ ମୋତେ ଯାତନା ଦିଅ । ହେ ମୋର ଦିବ୍ୟ ଅନୁଗ୍ରହ ଦାତା ! ତୁମ କ୍ଷମତା ତଥା ତୁମ ଶକ୍ତିର ସା ମାଧ୍ୟମରେ ମୋତେ ଉଜ୍ଜୀବିତ କରାଅ । ହେ ମୋର ପରମ ସହାୟକ ! ତୁମ ପ୍ରେମର ଆତ୍ମସାରେ ମୋତେ ଦୃଢ଼ କରି ରଖ । ହେ ମୋର ପରମ ନିର୍ମାତା ! ତୁମର ସୁ-ପ୍ରସାଦ ମାର୍ଗରେ ମୋର ପଦକୁ ଦୃଢ଼ କରି ରଖ । ହେ ସ୍ୱୟଂ ତୁମେ ଯିଏ ହେଉଛ ମୋ ପ୍ରତି ପରମ କାରୁଣିକ । ତୁମର ମୁଖାରବିନ୍ଦ ସ୧ୁଖରେ, ତୁମେ ଅବିନଶ୍ୱରତ୍ୱ ଉଦ୍ୟାନ ମଧ୍ୟରେ ଚିରକାଳ ଲାଗି ଆବଦ୍ଧ ରହିବାରେ ମୋତେ ଅନୁମତି ମିଳୁ । ହେ ସ୍ୱୟଂ ତୁମେ ଯିଏ ହେଉଛ ମୋର ପରମ ଅଧିକାରୀ ! ତୁମ ଗୌରବର ଆସ୍ଥାନ ଉପରେ ମୋତେ ପ୍ରତିଷ୍ଠିତ କରାଅ । ହେ ମୋର ପରମ ପ୍ରେରଣାଦାତା ! ତୁମେ ପ୍ରେମର୍ପୂ ଦୟାର ସ୍ୱର୍ଗକୁ ମୋତେ ତୋଳିନିଅ । ହେ ସ୍ୱୟଂ ତୁମେ ମୋର ପରମ ଚିାକର୍ଷକ ! ତୁମ ମାର୍ଗଦର୍ଶନର ଦିବ୍ୟ ସୂର୍ଯ୍ୟଙ୍କ ଆଡ଼କୁ ମୋତେ ପରିଚାଳିତ କରାଅ । ହେ ସ୍ୱୟଂ ତୁମେ ଯିଏ ହେଉଛ ମୋର ଉତ୍ପିଦାତା ଏବଂ ମୋର ସର୍ବୋଚ୍ଚ ପରମ ଅଭିଳାଷ, ତୁମ ଅଦୃଶ୍ୟ ଆତ୍ମସାର ପ୍ରକାଶ ସ୧ୁଖରେ ଉପସ୍ଥିତ ରହିବାକୁ ମୋତେ ଆହ୍ୱାନ     କର । ହେ ସ୍ୱୟଂ ତୁମେ ଯିଏ ହେଉଛ ମୋର ପରମେଶ୍ୱର ! ତୁମର ସୌନ୍ଦର୍ଯ୍ୟ, ଯାହାକି ତୁମେ ପ୍ରତୀୟମାନ କରିବ, ସେହି ସୌନ୍ଦର୍ଯ୍ୟ ସୁରଭିର ନିର୍ଯ୍ୟାସ ଆଡ଼କୁ ଫେରିଯିବାକୁ ମୋର କାରଣ ହୁଅ । 

ତୁମକୁ ଯାହା ଆନନ୍ଦ ଦିଏ ତାହା କରିବାକୁ ତୁମେ ଶକ୍ତିମୟ ।

ତୁମେ ହେଉଛ, ବାସ୍ତବିକ, ସର୍ବ-ସ୧ୁନ୍ନତ, ସର୍ବମହିମାନ୍ୱିତ, ସର୍ବ-
ଚୁଡ଼ାମଣି ।

-Bahá'u'lláh
-----------------------

ଆଧ୍ୟାତ୍ମାକ ଗୁଣାବଳୀ (#15503)

ହେ ଈଶ୍ୱର ! ମୋର ଆତ୍ମାକୁ ସତେଜ ଏବଂ ପ୍ରଫୁଲ୍ଲିତ କର । ମୋର ହୃଦୟକୁ ନିର୍ମଳ କର ଓ ମୋର ସାମର୍ଥ୍ୟକୁ ଦୀପ୍ତିମାନ କର । ତୁମ ହସ୍ତରେ ମୋର ସବୁକିଛି ବିଷୟ ମୁଁ ଅର୍ପଣ କରୁଛି । ତୁମେ ମୋର ପଥ ପ୍ରଦର୍ଶକ ଏବଂ ଆଶ୍ରୟ ସ୍ଥଳ । ମୁଁ କେବେହେଲେ ଉଦାସ ଓ ବ୍ୟଥିତ ହେବିନାହିଁ । ମୁଁ ଏକ ସୁଖୀ ଏବଂ ଆନନ୍ଦିତ ବ୍ୟକ୍ତି ହେବି । ହେ ଈଶ୍ୱର! ମୁଁ କେବେହେଲେ ଉଦ୍ବିଗ୍ନ ହେବିନାହିଁ କିମ୍ବା ବିପଦରେ ନିଜକୁ ନିରାଶ ହେବାକୁ ଦେବିନାହିଁ । ମୁଁ ଜୀବନର ଅପ୍ରିୟ ବସ୍ତୁ ଉପରେ ଚି ସ୍ଥିର କରିବି ନାହିଁ । 

ହେ ଈଶ୍ୱର ! ମୋ ନିଜ ଅପେକ୍ଷା ତୁମେ ମୋର ଅଧିକ ଆତ୍ମୀୟ । ହେ ପ୍ରଭୁ ! ମୁଁ ନିଜକୁ ତୁମ ନିକଟରେ ଉର୍ଗ କରୁଛି ।

-The Báb
-----------------------

ଆଧ୍ୟାତ୍ମାକ ଗୁଣାବଳୀ (#15504)

ହେ ମୋର ପ୍ରଭୁ ! ହେ ମୋର ମାଲିକ ! ତୁମ ପ୍ରେମର ବହ୍ନି ଦ୍ୱାରା ପ୍ରଜ୍ଜ୍ୱଳିତ ହୋଇଥିବା ଏହା ଗୋଟିଏ ପ୍ରଦୀପ ଅଟେ ଏବଂ ତୁମ କରୁଣାର ବୃକ୍ଷରେ ଯେଉଁ ଅଗ୍ନି ସ୍ଫୁରିତ ହୋଇଛି ସେହି ଶିଖାରେ ଜାଜ୍ଜ୍ୱଲ୍ୟମାନ ହୋଇଛି । ହେ ମୋର ପ୍ରଭୁ ! ତୁମର ଦିବ୍ୟ ପରିପ୍ରକାଶଙ୍କ ସିନାଇରେ ଯେଉଁ ବହ୍ନି ପ୍ରଜ୍ଜ୍ୱଳିତ ହୋଇଛି ସେହି ବହ୍ନି ଦ୍ୱାରା ତାହାର ଜ୍ୱଳନକୁ, ଉାପ ଓ ଶିଖାକୁ ଉଜେିତ କରାଅ । ବାସ୍ତବରେ, ତୁମେ ହେଉଛ ପରମ ସ୍ୱୀକୃତିଦାତା, ପରମ ସହାୟକ, ପରମ କ୍ଷମତାବାନ୍, ପରମ ବଦାନ୍ୟ ତଥା ପରମ ପ୍ରେମମୟ !

-The Báb
-----------------------

ଆଧ୍ୟାତ୍ମାକ ଗୁଣାବଳୀ (#15505)

ହେ ମୋର ଈଶ୍ୱର ! ହେ ମୋର ପରମେଶ୍ୱର ! ତୁମ୍ଭର ଏହି ସେବକ ତୁମ୍ଭ ଆଡ଼କୁ ଅଗ୍ରସର ହୋଇ ତୁମ୍ଭ ଅନୁଗ୍ରହ କାମନାରେ     ତଥା ତୁମ୍ଭ ବଦାନ୍ୟତାର ଆଶାରେ, ତୁମ୍ଭ ସାମ୍ରାଜ୍ୟ ଉପରେ ଭରସା ରଖି, ତୁମ୍ଭ ପ୍ରଦ ଉପହାର ସୁରା ଉନ୍ମାଦନାରେ ଉନ୍ମ ହୋଇ ତୁମ୍ଭ ସେବାର ମରୁମୟ ପ୍ରଦେଶରେ ପ୍ରବଳ କାମୋୀପନାରେ ଘୂରି ବୁଲୁଛି । 

ହେ ମୋର ପରମେଶ୍ୱର ! ତୁମ୍ଭର ପ୍ରଗାଢ଼ ବାସନାରେ ତାହାର ଔୁକ୍ୟ, ତୁମ୍ଭର ପ୍ରଶଂସାରେ ତାହାର ଏକନିଷ୍ଠତା ଏବଂ ତୁମ୍ଭର ପ୍ରେମାନୁରାଗରେ ତାହାର ଉାହ ପରିବର୍ଦ୍ଧନ କର । ବାସ୍ତବରେ ତୁମ୍ଭେ ହିଁ ପରମ ମଙ୍ଗଳମୟ ତଥା ଚରମ ଉଦାରତାର ପରିର୍ପୂ ଅଧିକାରୀ । 

ତୁମ୍ଭ ବ୍ୟତୀତ ପରମ କ୍ଷମାଶୀଳ ତଥା ପରମ କାରୁଣିକ ଆଉ କେହି ଈଶ୍ୱର ନାହାଁନ୍ତି ।

-The Báb
-----------------------

ଆଧ୍ୟାତ୍ମାକ ଗୁଣାବଳୀ (#15506)

ହେ ପ୍ରଭୁ ! ଆମ୍ଭେମାନେ ଦୁର୍ବଳ, ଆମକୁ ଶକ୍ତିଶାଳୀ କର । ହେ ଈଶ୍ୱର ! ଆମେ ଅଜ୍ଞ; ଆମକୁ ଜ୍ଞାନପ୍ରାପ୍ତ କରାଅ । ହେ ପ୍ରଭୁ ! ଆମେ ଦରିଦ୍ର; ଆମକୁ ବିଶାଳୀ କର । ହେ ଈଶ୍ୱର ! ଆମେ ମୃତ; ଆମକୁ ସଂଜୀବିତ କର । ହେ ପ୍ରଭୁ ! ଆମେ ଲାିତ, ଆମକୁ ତୁମ ରାଜ୍ୟରେ ଗୌରବାନ୍ୱିତ କର । ହେ ପ୍ରଭୁ ! ଆମକୁ ଯଦି ତୁମେ     ସହାୟତା କରିବ, ତେବେ ଆମେ ଉଜ୍ଜ୍ୱଳ ନକ୍ଷତ୍ରତୁୃଲ୍ୟ ହୋଇପାରିବୁ । ତୁମେ ସହାୟତା ନ କଲେ, ଆମେ ମୃିକାଠାରୁ ମଧ୍ୟ ହୀନ ହୋଇଯିବୁ । ହେ ପ୍ରଭୁ ! ଆମକୁ ଶକ୍ତିଶାଳୀ କର । ହେ ଈଶ୍ୱର ! ଆମକୁ ବିଜୟ ପ୍ରଦାନ କର । ହେ ଈଶ୍ୱର ! ଆମକୁ ଅହମିକା ଉପରେ ବିଜୟ ବିଜୟ ଲାଭ କରିବା ପାଇଁ ତଥା ଲାଳସାକୁ ପ୍ରତିହତ କରିବା ନିମି ସାମର୍ଥ୍ୟ ପ୍ରଦାନ କର । ହେ ପ୍ରଭୁ ! ଭୌତିକ ଜଗତର ବନ୍ଦୀତ୍ୱରୁ ଆମକୁ ମୁକ୍ତି ଦିଅ । ହେ ପ୍ରଭୁ ! ପବିତ୍ର ଆତ୍ମାଙ୍କ ପ୍ରଶ୍ୱାସରେ ଆମକୁ ସଂଜୀବିତ କର । ଯାହା ଫଳରେ ଆମେ ଜାଗ୍ରତ ହୋଇ ତୁମର ସେବା କରିପାରିବୁ, ତୁମ ଉପାସାନରେ ନିୟୋଜିତ ରହିପାରିବୁ ତଥା ପ୍ରଗାଢ଼ ଆନ୍ତରିକତା ସହ ତୁମ ସାମ୍ରାଜ୍ୟ ମଧ୍ୟରେ ନିଜେ ନିଜକୁ ଉର୍ଗ କରିପାରିବୁ । ହେ ପ୍ରଭୁ ! ତୁମେ ହେଉଛ ମହାଶକ୍ତିଶାଳୀ । ହେ ଈଶ୍ୱର, ତୁମେ ହିଁ କ୍ଷମାଶୀଳ । ହେ ପ୍ରଭୁ, ତୁମେ ହିଁ ପରମ କାରୁଣିକ ।

-The Báb
-----------------------

ଆଧ୍ୟାତ୍ମାକ ଗୁଣାବଳୀ (#15507)

ହେ ମୋର ପ୍ରଭୁ, ମୋର ପ୍ରିୟତମ, ମୋର ଆକାଙ୍କ୍ଷା ! ମୋର ନିଃସଙ୍ଗତାରେ ତୁମେ ମୋର ବନ୍ଧୁ ହୁଅ ଓ ମୋର ନିର୍ବାସନରେ ତୁମେ ମୋର ସହଚର ହୁଅ । ମୋର ଦୁଃଖ ଦୂର କର । ତୁମର     ସୌନ୍ଦର୍ଯ୍ୟ ପ୍ରତି ମୋତେ ନିଷ୍ଠାପର କରାଅ । ତୁମ ବ୍ୟତୀତ ମୋତେ ଅନ୍ୟ ସମସ୍ତ ବିଷୟରୁ ପ୍ରତ୍ୟାହାର କରିନିଅ । ପବିତ୍ରତାର ସୁରଭି ମାଧ୍ୟମରେ ମୋତେ ଆକର୍ଷିତ କର । ଯେଉଁମାନେ ତୁମ ବ୍ୟତୀତ ଅନ୍ୟ ସମସ୍ତ ବିଷୟରୁ ଅସଂଲଗ୍ନ ରହିଛନ୍ତି, ଯେଉଁମାନେ ତୁମ ପବିତ୍ର ପ୍ରବେଶ ଦ୍ୱାରଦେଶରେ ସେବା କରିବାକୁ ଅଭିଳାଷ କରିଛନ୍ତି ଏବଂ ଯେଉଁମାନେ ତୁମ ମହାନ୍ ଧର୍ମରେ କାର୍ଯ୍ୟ କରିବା ନିମି ଦାୟମାନ ହୋଇଛନ୍ତି, ମୋତେ ସେମାନଙ୍କ ସହ ତୁମ ଦିବ୍ୟ ରାଜ୍ୟରେ ମିଳିତ କରାଅ । ତୁମର ଉମ ଆନନ୍ଦ ଲାଭ କରିଥିବା ସେବିକାମାନଙ୍କ ମଧ୍ୟରୁ ଜଣେ ହେବାଲାଗି ମୋତେ ସମର୍ଥ କରାଅ । ସତ୍ୟତଃ, ତୁମେ ଦୟାଶୀଳ ଓ ମହାନୁଭବ ।

-The Báb
-----------------------

